ADVERTISEMENTREMOVE AD

୨୦୨୪ ନିର୍ବାଚନ ପାଇଁ 'ମାଗଣା ରିଚାର୍ଜ ଯୋଜନା'ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି ? ନା

ଭାଇରାଲ ମେସେଜ୍ ସହ ଲିଙ୍କ୍ ହୋଇଥିବା ୱେବସାଇଟ୍ ସମ୍ଭାବ୍ୟ ଭାବେ ଆର୍ଥିକ ଠକେଇର କାରଣ ହୋଇପାରେ।

Published
story-hero-img
i
Aa
Aa
Small
Aa
Medium
Aa
Large

୨୦୨୪ ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ବିଜେପି)କୁ ଅଧିକରୁ ଅଧିକ ଲୋକ ଭୋଟ୍ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୩୯ ଟଙ୍କାର ମାଗଣା ରିଚାର୍ଜ ଅଫର ଦେଉଛନ୍ତି ବୋଲି ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି।

(ସମାନ ଦାବିର ଲିଙ୍କ୍ସ ଏଠାରେ, ଏଠାରେ ଏବଂ ଏଠାରେ ମିଳିପାରିବ।

ସତ କ'ଣ?: ପ୍ରଧାନମନ୍ତ୍ରୀ ମୋଦି ଏଭଳି କୌଣସି ଘୋଷଣା କରିଥିବା କୋଣସି ପ୍ରମାଣ ନାହିଁ।

  • ଏହାବ୍ୟତୀତ, ଏହି ମେସେଜରେ ଏକ ନକଲି ୱେବସାଇଟର ଲିଙ୍କ ରହିଛି, ଯେଉଁଥିରେ ବ୍ଲଗ୍ ପବ୍ଲିଶ ହେବା ସହ ଫୋନ୍ ନମ୍ବର ସମେତ ଦର୍ଶକଙ୍କଠାରୁ ତଥ୍ୟ ସଂଗ୍ରହ କରିବାକୁ ଚେଷ୍ଟା କରାଯାଇଛି।

ADVERTISEMENTREMOVE AD

ପବ୍ଲିକ ଡୋମେନ୍ ରେ କୌଣସି ସୂଚନା ଉପଲବ୍ଧ ନାହିଁ: ପ୍ରଥମେ, ଆମେ ଭାଇରାଲ ଦାବିଯାଞ୍ଚ କରିବା ପାଇଁ ସମ୍ବାଦ ରିପୋର୍ଟ କିମ୍ବା ସାର୍ବଜନୀନ ଡୋମେନରେ ଉପଲବ୍ଧ କୌଣସି ସୂଚନା ଅନୁସନ୍ଧାନ କରିଥିଲୁ ।

  • ତେବେ ପ୍ରଧାନମନ୍ତ୍ରୀ ମୋଦି ଏଭଳି କୌଣସି ଘୋଷଣା କରିଛନ୍ତି ବୋଲି ପ୍ରମାଣ ମିଳିନାହିଁ।

  • ସୂଚନାଯୋଗ୍ୟ, ଯଦି ପ୍ରଧାନମନ୍ତ୍ରୀ ସମସ୍ତଙ୍କ ପାଇଁ ମାଗଣା ରିଚାର୍ଜ ଘୋଷଣା କରିଥାନ୍ତେ, ତେବେ ଅନେକ ଖବର ରେ ଏହା ସଙ୍କେତ ମିଳିଥାନ୍ତା।

ଦାବି ସହିତ ଥିବା ୱେବସାଇଟ୍ ଲିଙ୍କ୍ ବିଷୟରେ: ଯେତେବେଳେ ଆମେ 'http://offerintro.com/BJP2024' ଲିଙ୍କ୍ ଉପରେ କ୍ଲିକ୍ କଲୁ, ଆମକୁ ଏକ ନକଲି ୱେବସାଇଟକୁ ପୁନଃନିର୍ଦେଶିତ କରାଯାଇଥିଲା ଯାହା ବ୍ଲଗ୍ ପ୍ରକାଶ କରିଥିଲା ଏବଂ ଯୋଗାଯୋଗ ସୂଚନା ପରି ବ୍ୟକ୍ତିଗତ ଡାଟା ମାଗିଥିଲା।

  • 'ଆବାଉଟ୍ ଅସ୍' ବିଭାଗରେ ୱେବସାଇଟ୍ କହିଛି ଯେ ଏହା ଏକ ମିଶନରେ ଅଛି ଯାହା ଗୁରୁତ୍ୱପୂର୍ଣ୍ଣ " ସଠିକ, ଠିକ୍ ସମୟରେ ଖବର ପ୍ରଦାନ କରିବା । ଏଥିରୁ ଆହୁରି ପ୍ରମାଣିତ ହୋଇଛି ଯେ ଭାଇରାଲ ଦାବି ସହିତ ଲିଙ୍କ୍ ପ୍ରକୃତରେ ଏକ ମିଥ୍ୟା ୱେବସାଇଟ୍ ଥିଲା।

ଲୋକଙ୍କୁ ଠକିବାର ନୂଆ ଉପାୟ: ଏହି ୱେବସାଇଟଗୁଡିକ ଦ୍ୱାରା ସଂଗ୍ରହ କରାଯାଇଥିବା ସୂଚନା ଲୋକଙ୍କୁ ସେମାନଙ୍କ ଟଙ୍କା ଠକିବା ପାଇଁ ବ୍ୟବହୃତ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

  • ଇ-କମର୍ସ, ୟୁପିଆଇ ଏବଂ ଅନଲାଇନ୍ ଚାକିରି ଦୁର୍ନୀତି ଭଳି ବର୍ତ୍ତମାନ ସମୟରେ ପ୍ରଚଳିତ ବିଭିନ୍ନ ପ୍ରକାର ଦୁର୍ନୀତିକୁ ଲୋକଙ୍କୁ ବୁଝିବାରେ ସାହାଯ୍ୟ କରିବା ପାଇଁ ଦ କ୍ୱିଣ୍ଟ ନିକଟରେ 'ସ୍କାମ୍ଗାର୍ଡ' ନାମକ ଏକ ନୂତନ ପ୍ରକଳ୍ପ ପ୍ରକାଶ କରିଥିଲା। ଆପଣ ଏଠାରେ ଗାଇଡ୍ ପଢ଼ିପାରିବେ ।

ଏହି ଭାଇରାଲ ଦାବିକୁ ପିଆଇବି ଖଣ୍ଡନ କରିଛି। ପିଆଇବିର ଫ୍ୟାକ୍ଟ ଚେକିଂ ୟୁନିଟ୍ ନିଜ X ହ୍ୟାଣ୍ଡେଲରେ ଭାଇରାଲ ଦାବିକୁ ଖଣ୍ଡନ କରିବା ସହ ଏହାକୁ 'ନକଲି' ବୋଲି କହିଥିଲା।

  • ଏହି ପୋଷ୍ଟ ୨୬ ଡିସେମ୍ବରରେ ଅପଲୋଡ୍ କରାଯାଇଥିଲା ଏବଂ ଏହାର କ୍ୟାପସନରେ ଉଲ୍ଲେଖ କରାଯାଇଥିଲା ଯେ ଭାରତ ସରକାର କୌଣସି ମାଗଣା ରିଚାର୍ଜ ଯୋଜନା ଘୋଷଣା କରିନାହାଁନ୍ତି ।

  • ଏହି ଦାବି ଲୋକଙ୍କୁ ଠକିବା ପାଇଁ ଏକ ପ୍ରୟାସ ବୋଲି ଏଥିରେ କୁହାଯାଇଛି।

  • ହ୍ୟାଣ୍ଡେଲରେ ପୁରୁଣା ପୋଷ୍ଟ ମଧ୍ୟ ଦେଖିବାକୁ ମିଳିଥିଲା ଯାହା ସମାନ ଦାବିକୁ ଖଣ୍ଡନ କରିଥିଲା ।

ସିଦ୍ଧାନ୍ତ: ୨୦୨୪ ଲୋକସଭା ନିର୍ବାଚନରେ ଅଧିକରୁ ଅଧିକ ଲୋକ ବିଜେପିକୁ ଭୋଟ୍ ଦେବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ସମସ୍ତ ଭାରତୀୟ ଭୋଟରଙ୍କୁ ୨୩୯ ଟଙ୍କାର ରିଚାର୍ଜ ଦେଉନାହାନ୍ତି।

(ଆପଣ ଅନଲାଇନରେ ପାଇଥିବା ଏକ ପୋଷ୍ଟ କିମ୍ବା ସୂଚନାଉପରେ ବିଶ୍ୱାସ କରୁନାହାଁନ୍ତି ଏବଂ ଏହାକୁ ଯାଞ୍ଚ କରିବାକୁ ଚାହୁଁଛନ୍ତି କି? 9540511818 ଆମକୁ ହ୍ୱାଟ୍ସଆପରେ ବିବରଣୀ ପଠାନ୍ତୁ, କିମ୍ବା webqoof@thequint.com ଆମକୁ  ଇ-ମେଲ୍ କରନ୍ତୁ ଏବଂ ଆମେ ଆପଣଙ୍କ ପାଇଁ ଏହାକୁ ଫ୍ୟାକ୍ଟ ଚେକ୍ କରିବୁ । ଆପଣ ଏଠାରେ ଆମର ସମସ୍ତ ତଥ୍ୟ ଯାଞ୍ଚ ହୋଇଥିବା କାହାଣୀ ମଧ୍ୟ ପଢ଼ିପାରିବେ।)

(At The Quint, we question everything. Play an active role in shaping our journalism by becoming a member today.)

Speaking truth to power requires allies like you.
Become a Member
×
×